ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା

0

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଯାଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ସୋମବାର ସନ୍ଧ୍ୟାରେ ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ମଞ୍ଚ ପ୍ରସ୍ତୁତ ଥିବା ବେଳେ ଅଭିନୟ ଲାଗି କଳାକାର ମାନେ ମଧ୍ୟ ନିଜ ପ୍ରସ୍ତୁତି ସାରିଛନ୍ତି। ଏଥର ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି।

ଉଦ୍‌ଘାଟନୀ ଦିବସରେ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର, ମୋଦୀ ପଡ଼ିଆରେ ସର୍କସ୍‌ ସହ ହସ୍ତତନ୍ତ ମେଳା ଲାଗିଛି। ଉଦ୍‌ଘାଟନୀ ଦିବସରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହ କଂସଙ୍କ ରାଜୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.