ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଉ ଏକ ଚିତା ବାଘର ମୃତ୍ୟୁ

0

ମଧ୍ୟପ୍ରଦେଶ: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ୩ ଚିତାବାଘ ଶାବକ ସହ ୬ ବୟସ୍କ ବାଘଙ୍କ ମୃତ୍ୟୁ ଘଟିଥିଲା ।ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ସହ କୁନୋ ନ୍ୟାସନାଲ ପାର୍କରେ ଚିତାବାଘ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ଲାୟନ ପ୍ରୋଜେକ୍ଟ ନିର୍ଦ୍ଦେଶକ ଚିତାବାଘର ମୃତ୍ୟୁ ନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି । ତେବେ ବାଘର କେମିତି ମୃତ୍ୟୁ ହେଲା ଏ ନେଇ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଚିତାବାଘ ଶୌର୍ଯ୍ୟକୁ ବେହୋସ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.