ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ଶିମିଳିପାଳରେ ହେବ କଳାବାଘ ସଫାରୀ

0

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟ ପାଇଁ ଆସିଛି ଖୁସି ଖବର। ଶିମିଳିପାଳରେ ହେବ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ। କଳା ବାଘ ସଫାରୀ ହେବା ନେଇ ସୋଶାଲ୍‌ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୂରଦୂରାନ୍ତରୁ ଅସୁଥିଲା ପର୍ଯ୍ୟଟକମାନେ ସଫାରୀରେ କଳା ବାଘକୁ ଦେଖିପାରିବେ।

ସୂଚନାଯୋଗ୍ୟ, ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ ୧୯୯୩ରେ ରେକର୍ଡ କରାଯାଇଥିଲା। ୧୯୯୩ ଜୁଲାଇ ୨୧ ତାରିଖ ଦିନ ପୋଡ଼ାଗଡ଼ ଗାଁର ସାଲ୍‌କୁ ନାଁରେ ଜଣେ ବାଳକ ନିଜ ଜୀବନ ରକ୍ଷା କରିବାକୁ ଧନୁଶରଦ୍ବାରା ଗୋଟାଏ କଳାବାଘୁଣୀକୁ ମାରିଥିଲା।

ଏହି ଦୁର୍ଲଭ ବାଘମାନଙ୍କୁ ପ୍ରଥମେ ୨୦୦୭ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଔପଚାରିକ ଭାବେ ଆବିଷ୍କାର କରାଯାଇଥିଲା। ସମୟକ୍ରମେ ସେହି ପ୍ରକାରର ଅଧିକ ବାଘ ଥିବା କଥା ରେକର୍ଡ କରାଗଲା। ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ବଳ୍ପ। ଏନ୍‌ଟିସିଏର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍‌ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟ ଆସିବା ପରେ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା।

Leave A Reply

Your email address will not be published.