ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଋଷ ବିମାନ ଦୁର୍ଘଟଣାଗ୍ରସ୍ତ

0

କିଭ୍: ୟୁକ୍ରେନ ସୀମାରେ ଋଷର ଇଲିସୁନି-୭୬ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ନେଇ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି । ୟୁକ୍ରେନୀୟ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ବନ୍ଦୀ ବଦଳ ପ୍ରକ୍ରିୟାରେ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବିମାନରେ ୬ ଯାତ୍ରୀ ଓ ୩ ନାଗରିକଙ୍କ ସମେତ ୬୫ ଜଣ ଥିଲେ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି ।

ଋଷ ରକ୍ଷା ମନ୍ତ୍ରାଳୟର କହିବା ମୁତାବକ, ବିମାନରେ ୬୫ ଜଣ ସୈନିକଙ୍କ ସମେତ ମୋଟ ୭୪ ଜଣ ଥିଲେ। ୟୁକ୍ରେନ୍‌ର ଏହି କଏଦ ସୈନିକମାନଙ୍କୁ ଏକ୍ସଚେଞ୍ଜ ପାଇଁ ବବେଲଗ୍ରୁଡ ଅଞ୍ଚଳକୁ ବମାନ ଯୋଗେ ପଠାଯାଉଥିଲା। ତାଙ୍କ ସହ ବିମାନରେ ୬ଜଣ କ୍ରୁ ସଦସ୍ୟ ଓ ତିନି ଜଣ ଏସ୍କର୍ଟ ମଧ୍ୟ ସାମିଲ ଥିଲେ।ତେବେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

Leave A Reply

Your email address will not be published.