ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସୋଆରେ ହେବ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ

0

ଭୁବନେଶ୍ବର; ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି । ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ ସହଯୋଗ ମିଳିଥିବା ଏଓସିଏର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସୋଆକୁ ଏକ ଚେସ୍ ହବ୍ ଭାବେ ପରିଗଣିତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଜାନୁଆରୀ ୨୮ ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଟି ବିଭିନ୍ନ ଦେଶରୁ ପ୍ରାୟ ୮୦୦ ଚେସ୍ ଖେଳାଳୀ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ଏହି ଆୟୋଜନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୋଆକୁ ଉଚ୍ଚ ପ୍ରଶଂସା କରିଛନ୍ତି । 

ଶ୍ରୀ ମହାପାତ୍ର କହିଥିଲେ ଯେ ଖେଳାଳୀମାନଙ୍କୁ ୩ଟି କ୍ୟାଟେଗୋରୀ ଯଥା-‘ଏ’, ‘ବି’ ଏବଂ ‘ସି’ ରେ ବିଭକ୍ତ କରାଯାଇଥିବା ବେଳେ ‘ଏ’ କ୍ୟାଟେଗୋରୀ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା ରଖାଯାଇଛି । ‘ବି’ ଓ ‘ସି’ କ୍ୟାଟେଗୋରୀ ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି । ଡେନ୍‌ମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, କାଜାକସ୍ତାନ, ଜାମ୍ବିଆ, ନେପାଳ ଓ ଆୟୋଜକ ଭାରତର ଉଜ୍ଜଳ ଚେସ ତାରକାମାନେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ବୋଲି ସେ କହିଛନ୍ତି । 

ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଦେଶରୁ ୪ ଜଣ ଗ୍ରାଣ୍ଡ ମାଷ୍ଟର, ୮ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ୩ ଜଣ ଇନଟରନ୍ୟାସ୍‌ନାଲ୍ ମାଷ୍ଟର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାରତରୁ ୫ ଜଣ ଗ୍ରାଣ୍ଡ ମାଷ୍ଟର, ୧୬ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ୬ ଜଣ ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଏଥିରେ ସାମିଲ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟର ୩ ଜଣ ଟପସିଡ ଖେଳାଳୀ ହେଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦୀପ୍ତାୟନ୍ ଘୋଷ (୨୫୬୮ ଇଏଲ୍‌ଓ ପଏଂଟ୍ସ), ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଆରୋଣ୍ୟକ୍ ଘୋଷ (୨୫୪୧ ଇଏଲ୍‌ଓ ପଏଂଟ୍ସ) ଏବଂ ଇଜିପ୍ଟର ଗ୍ରାଣ୍ଡ ମାଷ୍ଟର ଫଜି ଅଧମ୍ (୨୫୨୨ ଇଏଲ୍‌ଓ ପଏଂଟ୍ସ) । ସେହିପରି  ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ୩ ଜଣ ଟପ୍‌ସିଡ ମହିଳା ଖେଳାଳୀ ହେଲେ ଫିଲିପାଇନ୍ସର ୱିମେନ୍ ଗ୍ରାଣ୍ଡ ମାଷ୍ଟର ଫ୍ରେନା ଜେ. ମେ (୨୧୯୭ ଇଏଲ୍‌ଓ ପଏଂଟ୍ସ), ଭାରତର ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଅର୍ପିତା ମୁଖାର୍ଜୀ (୨୧୮୬ ଇଏଲ୍‌ଓ ପଏଂଟ୍ସ) ଏବଂ ଡେନ୍‌ମାର୍କର ୱିମେନ୍ ଫାଇଡ୍ ମାଷ୍ଟର ନିଲସେନ୍ ଇ. ଫେଡେରିକା (୨୧୮୪ ଇଏଲ୍‌ଓ ପଏଂଟ୍ସ) । 

ଏହି ଟୁର୍ଣ୍ଣାମେଂଟଟି ସର୍ବଶେଷ ଫାଇଡ୍ ରୁଲ୍ସ ଅଫ୍ ଚେସ୍ ଏବଂ ଫାଇଡ୍ ସୁଇଜ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ କ୍ୟାଟେଗୋରୀ ‘ଏ’ ଏବଂ ‘ବି’ ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ ‘ସି’ରେ ୯ ରାଉଣ୍ଡ ଖେଳାଯିବ । ଯେଉଁ ଖେଳାଳୀମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌) ଦ୍ୱାରା ପଞ୍ଜୀକୃତ ହୋଇଥିବେ ଏବଂ ଯେଉଁମାନଙ୍କର ଇଏଲ୍‌ଓ ରେଟିଂ ୧୯୦୦ କିମ୍ବା ତା’ଠାରୁ ଅଧିକ ଥିବ ସେହିମାନେ ହିଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ । ସେହିପରି ବିଦେଶୀ ଖେଳାଳୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ଉପଯୁକ୍ତ ଫାଇଡ୍ ଆଇଡିର ଆବଶ୍ୟକତା ପଡ଼ିବ ବୋଲି ଏଓସିଏର ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ କହିଛନ୍ତି । ଟୁର୍ଣ୍ଣାମେଂଟଟି ଫେବୃଆରୀ ୪ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦ୍‌ଯାପିତ ହେବ । 

Leave A Reply

Your email address will not be published.