ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉଦ୍‌ଯାପିତ

0

ଭୁବନେଶ୍ୱର, ଫେବୃୟାରୀ ୦୫: ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର ( ଜିଏମ୍‌) ସାୟନ୍ତନ ଦାସ (୨୫୨୪) ଚାମ୍ପିଅନ ହୋଇଛନ୍ତି । ସେ ସର୍ବାଧିକ ୮ ପଏଂଟ୍ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ଜିଏମ୍ ଦୀପ୍ତାୟନ ଘୋଷ (୨୫୬୮) ୭.୫ ପଏଂଟ୍ ସହ ରନର୍ସ ଅପ୍ ଏବଂ ସମାନ ପଏଂଟ୍ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା (୨୪୦୪) ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ସି’ ବର୍ଗରେ ହରିଆନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଂଟ୍ ପାଇ ଚାମ୍ପିିଅନ୍‌, ସମାନ ପଏଂଟ୍ ରଖି ଇଶା ସିହ୍ନା ରନର୍ସଅପ୍‌, ଆରିତ କପିଲ ତୃତୀୟ ଏବଂ ଓଡିଶାର ସୃଜନ ପ୍ରଣୟୀ ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ ।

ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ ମିଶ୍ର ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ସାୟନ୍ତନ ଓ ଦୀପ୍ତାୟାନ୍ ଅନ୍ତିମ ବାଜି ଡ୍ର’ ରଖି ପଏଂଟ୍ ଭାଗ କରିଥିଲେ । ସମ୍ବିିତ କିନ୍ତୁ ଶୁଭୟନ କୁଣ୍ଡୁ ସମେଦଙ୍କୁ ହରାଇଥିଲେ । ଓଡିଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ୫.୫ ପଏଂଟ୍ ସହ ୩୫ତମ ସ୍ଥାନରେ ରହିଥିଲେ । ଅନ୍ୟ ଓଡିଆଙ୍କ ମଧ୍ୟରେ ପ୍ରିଅଂଶ ଦାସ ୫ ପଏଂଟ୍‌, ନିଲସୁ ପଟ୍ଟନାୟକ ୫ ପଏଂଟ୍‌, ସାଇନା ସାଲୋନିକା ୨. ୫ ପଏଂଟ୍ ଓ ରାଜେଶ ନାୟକ ୦.୫ ପଏଂଟ୍ ପାଇଥିଲେ । ସି’ ବର୍ଗରେ ଶ୍ରେଷ୍ଠ ୧୦ସ୍ଥାନ ମଧ୍ୟରେ ଓଡିଶାର ଏସ୍‌,କେ ସୟଦ (୭ ପଏଂଟ୍‌, ନବମ ସ୍ଥାନ ) ରହିଥିଲେ । ଏ’ବର୍ଗରେ ଶ୍ରେଷ୍ଠ ୪୦ତମ ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କ ସହ ବିଭିନ୍ନ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଚାମ୍ପିିଅନ୍ ସାୟନ୍ତନଙ୍କୁ ଟ୍ରଫି ସହ ୩ ଲକ୍ଷ, ରନର୍ସଅପ୍ ଦୀପ୍ତାୟନଙ୍କୁ ଟ୍ରଫି ସହ ୨ଲକ୍ଷ, ତୃତୀୟ ସ୍ଥାନ ହାସଲ କରିଥିବା ସମ୍ବିତଙ୍କୁ ଟ୍ରଫି ସହ ୧ଲକ୍ଷ ୫୦ ହଜାର ଏବଂ ଚତୁର୍ଥ ସ୍ଥାନ ହାସଲରେ ଥିବା ନୀଲାଶ ସାହାଙ୍କୁ ୯୦ ହଜାର ଟଙ୍କା ପୁରସ୍କାର ମିଳିଥିଲା ।

ସେମିତି ସି’ବର୍ଗର ଚାମ୍ପିିଅନ୍‌ଙ୍କୁ ୭୫ ହଜାର ଟଙ୍କା ସହ ଟ୍ରଫି, ରନର୍ସଅପ୍ ଙ୍କୁ ୫୦ ହଜାର ସହ ଟ୍ରଫିଏବଂ ତୃତୀୟ ସ୍ଥାନ ହାସଳ କରିଥିବା ଆରିତଙ୍କୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବର୍ଗରେ ଶ୍ରେଷ୍ଠ ୩୫ଜଣ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.