ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

୧୦୮ ଡ୍ରାଇଭର ଓ ସହାୟକଙ୍କ ବଢ଼ିଲା ଭତ୍ତା

0

ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ମେଡିକାଲ ଟେକନିସିଆନ ଓ ହେଲପରଙ୍କୁ ସ୍ୱତନ୍ତ୍ର ମାସିକ ଭତ୍ତା ମିଳିବ । ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା ଏବଂ ମେଡିକାଲ ଟେକନସିଆନ୍ ଓ ହେଲପରଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯିବ । ସେମାନଙ୍କୁ ନିଜ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତମାସରୁ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କୁ ରାଜ୍ୟ ପାଣ୍ଠିରୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି।

ଏହି ଭତ୍ତା ଚଳିତ ମାସରୁ ଲାଗୁ ହେବ। ସ୍ୱତନ୍ତ୍ର ଭତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ଦେଇଛନ୍ତି। ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଲ୍ଳେଖନୀୟ କାମ କରିଆସୁଛନ୍ତି। ଏପରକି କୋଭିଡ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହାକୁ ଧ୍ୟାନ ରଖି ସ୍ୱତନ୍ତ୍ର ଭତାକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.