ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

0

ନୂଆଦିଲ୍ଲୀ: ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବେ, ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟଙ୍କ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର। ଏହି ପୁରସ୍କାର ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପ୍ରଥମେ ୧୯୬୫ ମସିହାରେ ମାଲାୟାଲମ୍ କବି ଜି.ଶଙ୍କର କୁରୂପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ନାଁ ଗୁଲଜାର। ସେ ୨୦୦୨ରେ ଊର୍ଦ୍ଦୁ  ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦା ସୋହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ସମେତ ୫ଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇସାରିଛନ୍ତି। ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ସଂସ୍କୃତ ପଣ୍ଡିତ ତଥା ରାମାନନ୍ଦଚାର୍ଯ୍ୟ ସମ୍ପ୍ରଦାୟର ମୁଖ୍ୟ। ସେ ବେଦ, ଉପନିଷଦ, ଭଗବଦ୍ ଗୀତା ଏବଂ ରାମାୟଣ ଉପରେ ଅନେକ ବ୍ୟଖ୍ୟା ଲେଖିଛନ୍ତି। ତାଙ୍କୁ ୨୦୧୫ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.