ପ୍ରମୁଖ ଖବର

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି
ଅବକାରୀ ଘୋଟାଲା ମାମଲାରେ ଏକାସାଙ୍ଗରେ ବଢିଲା କବିତା, କେଜ୍ରିଓ୍ବାଲ, ଓ ସିସୋଦିଆଙ୍କ ହାଜତ ଅବଧି

୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅର୍ଥାତ ଶୁକ୍ରବାର ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥିରେ ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସାମିଲ ରହିଛି। ମୁଖ୍ୟମନ୍ତ୍ରୀ ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୬୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା କ୍ରୀଡା ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଛି। ଏଥିରେ ଟେବୁଲ୍ ଟେନିସ, ଜିମ, ଓ୍ବୈଟ ଲିଫଟିଂ, ଯୋଗ କକ୍ଷ, ବ୍ୟାୟମଶାଳା, ଜିମ୍ନାଷ୍ଟିକ ଉପକରଣ ଓ ଅତ୍ୟାଧୁନିକ ଶୌଚାଳୟ ସୁବିଧା ରହିଛି । ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ହୋଇଛି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ।

ରାଜ୍ୟରେ ୪୮ଟି ଇନଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇନଡୋର ହଲର  ଉଦଘାଟନ ସହ ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇନଡୋର ଷ୍ଟାଡିୟମ, ଭଦ୍ରକରେ ଇନଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.