ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ

0

ନୂଆଦିଲ୍ଲୀ/ଭୁବନେଶ୍ୱର ମାର୍ଚ୍ଚ ୨୩: ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଓମେନଙ୍କ ଠାରୁ ଶ୍ରୀ ଜିନ୍ଦଲ ଆଇଏସ୍ଏର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇଏସ୍ଏର ପୂର୍ବତନ ସଭାପତିମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ର ସିଏମଡି ଶ୍ରୀ ସଜ୍ଜନ ଜିନ୍ଦଲ ଏବଂ ଟାଟା ଷ୍ଟିଲ୍ ର ଏମ୍ଡି ତଥା ସିଇଓ ଶ୍ରୀ ଟି.ଭି. ନରେନ୍ଦ୍ରନ୍ ।   

ଇସ୍ପାତ, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଜଣେ ଜଣାଶୁଣା ଭାରତୀୟ ଶିଳ୍ପପତି ଓ ସମାଜସେବୀ ।  ପ୍ରତ୍ୟେକ ଭାରତୀୟ ସେମାନଙ୍କ ମୌଳିକ ଅଧିକାର ଭାବରେ ‘ସବୁ ଦିନ ଜାତୀୟ ପତାକା ପ୍ରଦର୍ଶନ କରିବାର ଅଧିକାର’ ହାସଲ ପାଇଁ ତାଙ୍କର ଦଶ ବର୍ଷ ଧରି ଚାଲିଥିବା ସଫଳ ଆଇନଗତ ଲଢ଼େଇ ପାଇଁ ମଧ୍ୟ ସେ ସୁପରିଚିତ । ସେ ଦୁଇ ଥର ଭାରତୀୟ ସଂସଦକୁ ନିର୍ବାଚିତ ହୋଇ ୧୦ ବର୍ଷ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.