ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆହୁରି ୩ ଦିନ ସିଝିବେ ରାଜ୍ୟବାସୀ

0

ଭୁବନେଶ୍ବର: ଆସନ୍ତା ୨୧ ତାରିଖ ଯାଏଁ ଅସହ୍ୟ ଖରା ଅନୁଭୂତ ହେବ। ଉତ୍ତର ପଶ୍ଚିମ/ ପଶ୍ଚିମ ଦିଗ ରୁ ଗରମ ଓ ଶୁଷ୍କ ପବନ ପ୍ରବାହ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଅନୁଭୁତ ହେବ। ତେବେ ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

ନୂଆପଡ଼ା, ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ ଜିଲ୍ଲା ର କିଛି ଅଞ୍ଚଳ ରେ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି। ରାଜ୍ୟ ର ଅଧିକାଂଶ ଅଞ୍ଚଳରେ ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରା ୪୦.୦°C ରେକର୍ଡ ହେବାର ସମ୍ଭାବନା ଥିବା ବେଳେ କିଛି ଅଞ୍ଚଳ ରେ ୪୩.୦°C ଉପରେ ରହିପାରେ। ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୬ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିବାବେଳେ ୩ ସହରର ପାରଦ ୪୨ଡିଗ୍ରୀରୁ ଅଧିକ ରହିଛି ।

ଝାରସୁଗୁଡ଼ା ହୋଇଛି ରାଜ୍ଯର ଦ୍ବିତୀୟ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୪୦.୯, ରାଉରକେଲାରେ ୪୦.୨, ପାରାଦୀପରେ  ୩୬.୩, ପୁରୀରେ ୩୫ ଓ ଗୋପାଳପୁରରେ ୩୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଆଜି ଓ କାଲି ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ଜାରି ହୋଇଛି। ତେବେ ୨୨-୨୩ ତାରିଖ ବେଳକୁ ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ପ୍ରଭାବରେ ୨୨ ତାରିଖ ରୁ ତାପମାତ୍ରା ସାମାନ୍ୟ କମିବା ସମ୍ଭାବନା ରହୁଛି।

Leave A Reply

Your email address will not be published.