ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ସ୍ୱର ଦିବସ ପାଳିତ

0

ଭୁବନେଶ୍ୱର, ଏପ୍ରିଲ୍ ୧୮: ବିଶ୍ୱ ସ୍ୱର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ମଙ୍ଗଳବାର ସ୍ୱର ଜନିତ ସମସ୍ୟା ଥିବା ରୋଗୀମାନଙ୍କର ମାଗଣାରେ ସ୍ୱରଯନ୍ତ୍ରର ପରୀକ୍ଷା କରାଯାଇଛି। ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସ୍ୱର ପେଟିକା ଏଣ୍ଡୋସ୍କୋପି ମାଧ୍ୟମରେ ରୋଗୀମାନଙ୍କର ମାଗଣା ଚିକିତ୍ସା କରାଯାଇ କେତେକଙ୍କ କ୍ଷେତ୍ରରେ ସ୍ୱରନଳୀରେ କ୍ୟାନ୍ସରର ଲକ୍ଷଣ ଆଗୁଆ ଚିହ୍ନଟ ହୋଇଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ ।

ସ୍ୱରରେ କୌଣସି ପରିବର୍ତନ ଆସିଲେ ଏହା ଯେ ସ୍ୱରଯନ୍ତ୍ରରେ କ୍ୟାନ୍ସରର ସମ୍ଭାବନା ହୋଇପାରେ ଏହି ସୂଚନା ପ୍ରଦାନ କରେ। ବିଶ୍ୱ ସ୍ୱର ଦିବସ ପାଳନ ଦ୍ୱାରା ଏହି ବାର୍ତା ଲୋକଙ୍କୁ ପ୍ରଦାନ କରିବା ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ଧୂମ୍ରପାନ, ଗୁଟ୍‌କା ସେବନ ଓ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ବୋଲି ଡାକ୍ତର ରାଉତ କହିଛନ୍ତି ।

ବୃଦ୍ଧାବସ୍ଥାରେ ଥିବା ଲୋକମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ସମ୍ଭାବନା ରହିଥିବା ବେଳେ ନିଜ ସ୍ୱର ପେଟିକାକୁ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଶିକ୍ଷକ, ଆଇନଜୀବି, ଗାୟକ ଏବଂ ବୁଲା ବିକାଳୀମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ଅଧିକ ବିପଦ ରହିଛି ବୋଲି ସେ କହିଛନ୍ତି । ତେବେ ଏହି ରୋଗର ଆଗୁଆ ଚିହ୍ନଟ ଦ୍ୱାରା ଉପଯୁକ୍ତ ଚିକିତ୍ସା ହୋଇପାରିବା ସହ ଏହାର ଚିକିତ୍ସା ଓ ପରୀକ୍ଷଣ ପାଇଁ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବୋଲି ଡାକ୍ତର ରାଉତ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ରାଉତଙ୍କ ସମେତ ଡାକ୍ତର ସ୍ମୃତି ରଞ୍ଜନ, ଡାକ୍ତର ବିବେକାନନ୍ଦ ଆଚାର୍ଯ୍ୟ, ଡାକ୍ତର ଶୁଭ୍ରା ପ୍ରଧାନ, ଡାକ୍ତର ଅରୋଦୀପ ଲୁଥାର ଓ ଡାକ୍ତର ପରେଶ ଗିରି ଉପସ୍ଥିତ ଥିଲେ ।

Leave A Reply

Your email address will not be published.