ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସମ୍ପର୍କିତ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର, ୨୯/୦୫: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ରବିବାର ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ପ୍ରାୟ ୧୫୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ ।

କର୍ମଶାଳାରେ ଲକ୍ଷ୍ନୋ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ଉଜ୍ଜ୍ୱଲ୍ ପୋଦାର ଏବଂ ମୁମ୍ବାଇ ସ୍ଥିତ ଏମ୍‌ଜିଏମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ଏନ୍‌.ସି. ମହାନ୍ତି ଯୋଗ ଦେଇ ଶିଶୁମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ଯକୃତ ଏବଂ ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟିନାଲ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

ସାରା ରାଜ୍ୟରୁ ବିଭିନ୍ନ ଶିଶୁରୋଗ ବିଭାଗର ଡାକ୍ତର ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଥିଲେ ।
କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଶ ପତି, ଶିଶୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାଶ ଏବଂ ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) କଳ୍ପନା ପଣ୍ଡା ଆୟୋଜନ କରିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିସିଆନ୍‌ସ (ଭୁବନେଶ୍ୱର ଶାଖା)ର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.