ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୪୫ ଘଣ୍ଟିଆ ଧ୍ୟାନ ଶେଷ କଲେ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୫ ଘଣ୍ଟିଆ ଧ୍ୟାନ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କନ୍ୟାକୁମାରୀ ଯାଇ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ଘଣ୍ଟା ଧ୍ୟାନରେ ବସିଥିଲେ।

ସୂଚନାନୁସାରେ, ସ୍ୱାମୀ ବିବେକାନନ୍ଦ ଯେଉଁ ସ୍ଥାନରେ ଧ୍ୟାନ କରିଥିଲେ ସମାନ ସେହି ଧ୍ୟାନ ମଣ୍ଡପରେ ମୋଦି ଦିନ ରାତି ବସି ଧ୍ୟାନ କରିଥିଲେ। ମେ ୩୦ ରେ ହେଲିକପ୍ଟର ଯୋଗେ ନିକଟସ୍ଥ ତିରୁଭନନ୍ତପୁରମରୁ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭଗବତୀ ଆମ୍ମାନ ମନ୍ଦିରରେ ପୂଜା କରିଥିଲେ ଏବଂ ଏକ ଜାହାଜ ଦ୍ୱାରା ବିବେକାନନ୍ଦ ମେମୋରିଆଲରେ ଶିଳା ନିକଟରେ ପହଞ୍ଚି ଧ୍ୟାନ ଆରମ୍ଭ କରିଥିଲେ। ନରେନ୍ଦ୍ର ମୋଦୀ ସୂର୍ଯ୍ୟୋଦୟ ସମୟରେ ବିବେକାନନ୍ଦ ରକ୍ମେ ମୋରିଆଲରେ ‘ସୂର୍ଯ୍ୟ ଅର୍ଘ୍ୟ ‘ ଅର୍ପଣ କରିବା ପରେ ଶନିବାର ତୃତୀୟ ତଥା ଅନ୍ତିମ ଦିନରେ ତାଙ୍କର ଧ୍ୟାନ ଅଭ୍ୟାସ ଆରମ୍ଭ କରିଥିଲେ। ଧ୍ୟାନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ହାତରେ ‘ଜପାମାଳି ‘ ଧରି ମଣ୍ଡପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଧ୍ୟାନ ଅଭ୍ୟାସ ଆଜି ଶେଷ ହୋଇଛି ଏବଂ ବର୍ତ୍ତମାନ ସେ ଦିଲ୍ଲୀ ଫେରିଛନ୍ତି |

Leave A Reply

Your email address will not be published.