ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୋଷ୍ଟମର୍ଟମ କହିଲା ୬ଜଣ ମରିଛନ୍ତି

0

ରାଉରକେଲା: ପ୍ରାଣଘାତୀ ତାତି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ରାଉରକେଲାରେ ୩୫ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଶବ ବ୍ୟବଚ୍ଛେଦ କରି ଭିନ୍ନ ରିପୋର୍ଟ ସହିତ ସାମ୍ନାକୁ ଆସିଛି। ଏଯାଏ ମୋଟ ୨୪ ଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ସେଥିମଧ୍ୟରୁ ୬ଜଣଙ୍କର ହିଁ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ପ୍ରଶାସନ କହିଛି। ଅନ୍ୟମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ଯେ ୩୦ ତାରିଖରୁ ଆଜି ପର୍ଯ୍ୟନ୍ତ ଯେତେ ସବୁ ଅଭିଯୋଗ ଆସିଥିଲା, ସେମାନଙ୍କର ପୋଷ୍ଟମର୍ଟମ କରାଯାଉଛି। ୪ଜଣଙ୍କର ପରିବାର ବିନା ପୋଷ୍ଟମର୍ଟମରେ ଶବ ନେଇଯାଇଛନ୍ତି। ଏଣୁ ବାକି ସମସ୍ତଙ୍କର ଶବ ବ୍ୟବଚ୍ଛେଦ ପରେ ସରକାରଙ୍କୁ ବିଧିବଦ୍ଧ ଭାବେ ରିପୋର୍ଟ ଦିଆଯିବ। ଏମିତିରେ ବି ତହସିଲଦାର ଓ ମେଡ଼ିକାଲ ଅଫିସର ଉଭୟ ଯୁଗ୍ମ ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.