ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

0

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନ୍‌ଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା। ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦେଶବାସୀ ଆମ ଟ୍ରାକ୍‌ ରେକର୍ଡ, କାର୍ଯ୍ୟଶୈଳୀ, ଅର୍ଥନେତିକ ସଂସ୍କାର ଆଦି ଦେଖିଛନ୍ତି।

ଏହା ସହ ଇଣ୍ଡି ମେଣ୍ଟକୁ କଡା ସାଲୋଚନା କରି ମୋଦୀ ଲେଖିଛନ୍ତି ଯେ, ସୁବିଧାବାଦୀ ଇଣ୍ଡି ମେଣ୍ଟ ଭୋଟରଙ୍କ ମନକୁ ଜିତିବାରେ ବିଫଳ ହୋଇଛି। ସେମାନେ ଜାତିଆଣ ସାମ୍ପ୍ରଦାୟିକ ଏବଂ ଭ୍ରଷ୍ଟାଚାରୀ। ପ୍ରଚାର ବେଳେ ସେମାନେ କେବଳ ଗୋଟିଏ କାମ କରିଥିଲେ, ତାହା ହେଉଛି ମୋଦୀର ନିନ୍ଦା । ଏଭଳି ବିକାଶ ବିରୋଧୀ ରାଜନୀତିକୁ ଜନତା ପ୍ରତ୍ୟାଖାନ କରିଛନ୍ତି। ଏହା ଏନଡିଏ କାର୍ଯ୍ୟକର୍ତ୍ତା, ସୁରକ୍ଷା କର୍ମୀ ଓ ନିର୍ବାଚନ କମିସନକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.