ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

0

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନ୍‌ଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା। ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦେଶବାସୀ ଆମ ଟ୍ରାକ୍‌ ରେକର୍ଡ, କାର୍ଯ୍ୟଶୈଳୀ, ଅର୍ଥନେତିକ ସଂସ୍କାର ଆଦି ଦେଖିଛନ୍ତି।

ଏହା ସହ ଇଣ୍ଡି ମେଣ୍ଟକୁ କଡା ସାଲୋଚନା କରି ମୋଦୀ ଲେଖିଛନ୍ତି ଯେ, ସୁବିଧାବାଦୀ ଇଣ୍ଡି ମେଣ୍ଟ ଭୋଟରଙ୍କ ମନକୁ ଜିତିବାରେ ବିଫଳ ହୋଇଛି। ସେମାନେ ଜାତିଆଣ ସାମ୍ପ୍ରଦାୟିକ ଏବଂ ଭ୍ରଷ୍ଟାଚାରୀ। ପ୍ରଚାର ବେଳେ ସେମାନେ କେବଳ ଗୋଟିଏ କାମ କରିଥିଲେ, ତାହା ହେଉଛି ମୋଦୀର ନିନ୍ଦା । ଏଭଳି ବିକାଶ ବିରୋଧୀ ରାଜନୀତିକୁ ଜନତା ପ୍ରତ୍ୟାଖାନ କରିଛନ୍ତି। ଏହା ଏନଡିଏ କାର୍ଯ୍ୟକର୍ତ୍ତା, ସୁରକ୍ଷା କର୍ମୀ ଓ ନିର୍ବାଚନ କମିସନକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.