ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଓଡିଶାକୁ ଧନ୍ୟବାଦ ଜଣେଇଲେ ମୋଦୀ

0

ଭୁବନେଶ୍ବର: ଧନ୍ୟବାଦ ଓଡ଼ିଶା! ସୁଶାସନ ନେଇ ବଡ଼ ବିଜୟ କହି ସୋଶାଲ୍‌ ମିଡ଼ିଆ ଏକ୍ସରେ ବଧେଇ ଜଣାଇଲେ ମୋଦି। ଲୋକଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେପି ସୁଯୋଗ ହାତଛଡ଼ା କରିବନି। ବିଜେପି କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ବୋଲି ମୋଦି ସୋଶାଲ ମିଡ଼ିଆ Xରେ ଲେଖିଛନ୍ତି।

ଅନ୍ୟପକ୍ଷରେ ବିଜେପି ସଭାପତି ଜେପି ନଡ୍ଡା ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋଶାଲ ମିଡ଼ିଆ Xରେ ସେ ଲେଖିଛନ୍ତି, ଧନ୍ୟବାଦ ଓଡ଼ିଶା! ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଉଛି। ସାମୁହିକ ଉଦ୍ୟମରେ ମିଳିଥିବା ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ଓଡ଼ିଶାର କାର୍ଯ୍ୟକର୍ତ୍ତା ଓ ରାଜ୍ୟ ବିଜେପି ସଭାପତି ମନମୋହନଙ୍କୁ ସ୍ୱତନ୍ତ୍ର ଭାବେ କୃତଜ୍ଞତା। ମୋଦିଜୀଙ୍କ ଭିଜନ ଓ ଦଳର ବିଚାରଧାରାକୁ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବା ପାଇଁ ମନମୋହନ ସାମଲଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ପ୍ରତିବଦ୍ଧତାକୁ ମଧ୍ୟ ସମ୍ମାନ ଜଣାଉଛି। ଆପଣମାନଙ୍କ କଠିନ ପରିଶ୍ରମ ଯୋଗୁ ଏପରି ବିରାଟ ବିଜୟ ମିଳିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।

୨୪ ବର୍ଷ ପରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଛି। ୧୪୭ ଭିତରୁ ବିଜେପି ୮୦ ଆସନରେ ଆଗୁଆ ରହିଛି। ତେଣୁ ବିଜୟ ଆଶା ଥିବାରୁ ବିଜେପି ସରକାର ଗଢ଼ିବାର ସମ୍ଭାବନା ରହିଛି। 

Leave A Reply

Your email address will not be published.