ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ମହାକାଶରେ ପହଞ୍ଚିଲେ ସୁନୀତା ୱିଲିୟମ୍ସ

0

ନ୍ୟୁଜ୍ ବ୍ୟୁରୋ: ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ ୫ ତାରିଖ ରାତି ପ୍ରାୟ ୮ ଟା ୨୨ ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବେରୀ ବୁଚ ଗୁରୁବାର ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି । ତେବେ ସଫଳତା ପରେ ସେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ଉଡାଣ କ୍ଷମତା(ମାନୁଆଲ ପାଇଲଟିଂ) ର ପରୀକ୍ଷଣ ମଧ୍ୟ କରିଥିଲେ । ଏଭଳି ସଫଳ କରିବାରେ ପ୍ରଥମ ମହିଳା ହେଉଛନ୍ତି ସୁନୀତା ୱିଲିୟମ୍ସ ।

ସୂଚନାନୁସାରେ,ୱିଲିୟମ୍ସ ପୂର୍ବରୁ ଭଗବାନ ଗଣେଶ ଏବଂ ଭଗବଦ ଗୀତା ମହାକାଶକୁ ନେଇଛନ୍ତି। ବର୍ତ୍ତମାନ ଏହା ହେଉଛି ତାଙ୍କର ତୃତୀୟ ମହାକାଶ ଯାତ୍ରା। ସେ ସ୍ପେସ ଷ୍ଟେଶନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଢଙ୍ଗରେ ଏହାର ସେଲିବ୍ରେଶନ କରିଥିଲେ। ସେ ମହାକାଶରେ ପହଞ୍ଚିବା ମାତ୍ରେ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ପୂର୍ବରୁ ଚାଲିଆସୁଥିବା ପ୍ରଥା ଅନୁସାରେ, ସୁନୀତା ଏବଂ ବୁଚଙ୍କୁ ଉଭୟଙ୍କୁ ଘଣ୍ଟି ବଜାୟୀ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.