ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମହାକାଶରେ ପହଞ୍ଚିଲେ ସୁନୀତା ୱିଲିୟମ୍ସ

0

ନ୍ୟୁଜ୍ ବ୍ୟୁରୋ: ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ ୫ ତାରିଖ ରାତି ପ୍ରାୟ ୮ ଟା ୨୨ ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବେରୀ ବୁଚ ଗୁରୁବାର ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି । ତେବେ ସଫଳତା ପରେ ସେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ଉଡାଣ କ୍ଷମତା(ମାନୁଆଲ ପାଇଲଟିଂ) ର ପରୀକ୍ଷଣ ମଧ୍ୟ କରିଥିଲେ । ଏଭଳି ସଫଳ କରିବାରେ ପ୍ରଥମ ମହିଳା ହେଉଛନ୍ତି ସୁନୀତା ୱିଲିୟମ୍ସ ।

ସୂଚନାନୁସାରେ,ୱିଲିୟମ୍ସ ପୂର୍ବରୁ ଭଗବାନ ଗଣେଶ ଏବଂ ଭଗବଦ ଗୀତା ମହାକାଶକୁ ନେଇଛନ୍ତି। ବର୍ତ୍ତମାନ ଏହା ହେଉଛି ତାଙ୍କର ତୃତୀୟ ମହାକାଶ ଯାତ୍ରା। ସେ ସ୍ପେସ ଷ୍ଟେଶନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଢଙ୍ଗରେ ଏହାର ସେଲିବ୍ରେଶନ କରିଥିଲେ। ସେ ମହାକାଶରେ ପହଞ୍ଚିବା ମାତ୍ରେ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ପୂର୍ବରୁ ଚାଲିଆସୁଥିବା ପ୍ରଥା ଅନୁସାରେ, ସୁନୀତା ଏବଂ ବୁଚଙ୍କୁ ଉଭୟଙ୍କୁ ଘଣ୍ଟି ବଜାୟୀ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.