ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍; ୨ ମୃତ,୭ ଗୁରୁତର

0

ଯାଜପୁର: ସିମେଣ୍ଟ ବୋଝେଇ ଟ୍ରକସହିତ ଏକ ଯାତ୍ରୀବାହି ବସ୍ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ହୋଇଥିବା ସୂଚନା ମିଳୁଛି।ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଯାଜପୁର ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଦୁର୍ଘଟଣା. କଲିକତାରୁ ଏକ ବସ  ପୁରୀ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ବସ ସହ ଟ୍ରକ ଧକା ଦେଇଥିଲା. ଯାହା ଫଳରେ ବସ ରେ ଥିବା ୫୦ ରୁ ଉର୍ଦ୍ଧ ଯାତ୍ରୀ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ୨ ଜଣକ ର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବଡ଼ଚଣା ମେଡିକାଲ ରେ ଭର୍ତି କରାଯାଇଛି। କିଛି ଗୁରୁତର ଯାତ୍ରୀଙ୍କୁ ମଧ୍ୟ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ତେବେ ଦୁର୍ଘଟଣା ର କାରଣ ଜଣା ପଡି ନଥିବା ବେଳେ ବଡ଼ଚଣା ପୋଲିସ ଘଟଣା ର ତଦନ୍ତ ଚଳାଇଛି।

Leave A Reply

Your email address will not be published.