ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଣୁଆ ହାତୀ ଆକ୍ରମଣରେ ଯୁବକ ମୃତ

0

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଳ ରେଞ୍ଜର ସାନ ନୂଆପଡା ଗାଁ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ। ବୁଧବାର ସକାଳେ ସାନ ନୂଆପଡା ଗ୍ରାମବାସୀମାନେ ପୀଢ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ। ମୃତଦେହ ନିକଟରେ ହାତୀର ପାଦଚିହ୍ନ ଓ ଘଟଣାସ୍ଥଳର ପରିସ୍ଥିତି ଦେଖି ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଏକ ଆକ୍ରମଣାତ୍ମକ ଗୋଠଛଡ଼ା ଦନ୍ତା ହାତୀ ସମଗ୍ର ଅଞ୍ଚଳରେ ବୁଲି ଉପଦ୍ରବ ଚଳାଇଥିଲା। ମଣିଷଙ୍କୁ ଦେଖିଲେ ହାତୀଟି ଆକ୍ରମଣ କରିବାକୁ ଗୋଡ଼ାଉଥିବା ଅଭିଯୋଗ ରହିଛି। ଗତ ରାତିରେ ମଧ୍ୟ ହାତୀଟି ସାନ ନୂଆପଡା, ବଡ କସିବାହାଳ ଓ ଆଖପାଖ ଅଞ୍ଚଳରେ ବୁଲି ଆତଙ୍କ ସୃଷ୍ଟି କରୁଥିଲା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ନରେନ୍ଦ୍ର କୌଣସି କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ହାତୀ ସାମ୍ନାରେ ପଡ଼ିଯାଇଥିଲେ ଏବଂ ଦନ୍ତା ହାତୀ ତାଙ୍କୁ କଚାଡ଼ି ହତ୍ୟା କରିଥାଇପାରେ। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ରେଢ଼ାଖୋଲ ପୁଲିସ ଓ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣାତ୍ମକ ହାତୀକୁ ନିୟନ୍ତ୍ରଣ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

Leave A Reply

Your email address will not be published.