ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୫ଟି ଷ୍ଟେସନ ମଧ୍ୟରୁ ଓଡ଼ିଶାର ୪

0

ଭୁବନେଶ୍ବର: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେସନ ତାଲିକାରେ ପ୍ରଥମ ୫ଟି ଷ୍ଟେସନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେସନ ସ୍ଥାନ ପାଇଛି । ଗତ ଆର୍ଥିକ ବର୍ଷରେ ୨୦୨୩ ମସିହା ଏପ୍ରିଲ ମାସ ୧ ତାରିଖରୁ ୨୦୨୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଭୁବନେଶ୍ୱର ରେଳଷ୍ଟେସନ ୪୯୩କୋଟିରୁ ଅଧିକ ଟଙ୍କା ରୋଜଗାର କରି ଦ୍ୱିତୀୟ ସର୍ବାଧିକ ଆୟ କରୁଥିବା ଷ୍ଟେସନ ସ୍ଥାନ ପାଇଛି।

ପୂର୍ବତଟ ରେଳବାଇର ବିଶାଖାପଟନମ ରେଳ ଷ୍ଟେସନ ସର୍ବାଧିକ ଆୟ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ଏକ ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ଗତ ଆର୍ଥିକ ବର୍ଷରେ ପୁରୀ ତୃତୀୟ, ବ୍ରହ୍ମପୁର ଚତୁର୍ଥ ଏବଂ କଟକ ପଞ୍ଚମ ସର୍ବାଧିକ ଆୟକାରୀ ଷ୍ଟେସନ ତାଲିକାରେ ରହିଥିବା ଜଣାପଡିଛି ।

Leave A Reply

Your email address will not be published.