ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

୧୯ରେ ନେତା ବାଛିବ ବିଜେଡି

0

ଭୁବନେଶ୍ବର: ଆସନ୍ତା ୧୯ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ଡକାଯାଇଛି। ୨୦ ତାରିଖ ବିଧାନସଭାର ବାଚସ୍ପତି ନିର୍ବାଚନ ପୂର୍ବରୁ ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଦିନ ବିଜେଡି ବିଧାୟକ ଦଳ ନେତା ବାଛିବ। ଅର୍ଥାତ୍ ବିରୋଧୀ ଦଳ ନେତା କିଏ ହେବେ,ତାହା ଜଣାପଡ଼ିବ।

ବିଜେଡି ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବାକୁ ସ୍ଥିର କରିଛି। ଉପନେତା ଭାବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମନୋନୀତ ହୋଇପାରନ୍ତି।

ଏଥର ବିଧାନସଭାରେ ବିଜେଡିର ୫୧ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ଦଳ ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରେ।

Leave A Reply

Your email address will not be published.