ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବାଲେଶ୍ୱରରେ ୪ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ

0

ବାଲେଶ୍ବର: ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଅନିର୍ଦ୍ଧିଷ୍ଟକାଳ ପାଇଁ ଜାରି ରହିଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଛି। ବାଲେଶ୍ୱରରେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି। ଗତକାଲିଠାରୁ ଜାରି ହୋଇଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଥିଲା। ସକାଳ ୭ ଟାରୁ ଦିନ ୧୧ ଟା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ଲୋକେ ଜିନିଷ କିଣାକିଣି କରିଥିଲେ। ପରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି। ସ୍ଥିତି ଉପରେ ପ୍ରଶାସନର କଡା ନଜର ରହିଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି।

ତେବେ ଲୋକଙ୍କ ସମସ୍ୟାକୁ ଦେଖି କର୍ଫ୍ୟୁ ସାମାନ୍ୟ କୋହଳ କରିବାକୁ ନିଷ୍ପତ୍ତି ଗତକାଲି ନେଇଥିଲା ଜିଲ୍ଲା ପ୍ରଶାସନ। ସାଂସଦ, ଜିଲ୍ଲାପାଳ ଓ ଏସପି ଓ ବରିଷ୍ଠ ଅଧିକାରୀମାନେ ଗତକାରି ଅପରାହ୍ନରେ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ। ଆଜି ଇଣ୍ଟରନେଟ ସେବା କଟକଣାକୁ ମଧ୍ୟ ବୃଦ୍ଧି କରାଯାଇଛି। ଆସନ୍ତା ୪୮ ଘଣ୍ଟା ତଥା ୨୨ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସହ ଜଡିତ ସାମାଜିକ ଗଣମାଧ୍ୟମ ପରି ସମସ୍ତ ଯୋଗାଯୋଗ ମାଧ୍ୟମ ବନ୍ଦ ରହିବ। ଏନେଇ ଗୃହ ବିଭାଗ ଏକ ଲିଖିତ ବିଜ୍ଞପ୍ତିରେ ନିର୍ଦ୍ଦେଶ ଜାରି କରିଛି।

ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ। ଗତକାଲି (ବୁଧବାର) ରାତି ୧୨ ଟାରୁ ବାଲେଶ୍ୱର ପୋୖରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ସକାଳ ୭ ରୁ ୧୧ ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଆଜି ସକାଳ ଠାରୁ ବଜାରରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ବାହାରକୁ ବାହାରି କିଣାକିଣି କରିଥିଲେ। ରାସନ ଓ ପନିପରିବା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ପୁଣି ଥରେ ବଜାର ବନ୍ଦ କରାଯାଉଛି ଓ କର୍ଫ୍ୟୁ ଜାରି କରାଯାଇଛି।

Leave A Reply

Your email address will not be published.