ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ତାମିଲନାଡୁରେ ମଦମୃତ୍ୟୁ ସଂଖ୍ୟା ୩୪ ବୃଦ୍ଧି

0

ତାମିଲନାଡ; ତାମିଲନାଡୁରେ କାଲାକୁରିଚି ଜିଲ୍ଲାରେ ମଦମୃତ୍ୟୁ ସଂଖ୍ୟା ବଢି ଚାଲିଛି। ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୩୪ ଜଣକର ମୃତ୍ୟୁ ହୋଇଥିବା ବେଳେ ୮୮ ରୁ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୦ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଗୁରୁତରଙ୍କୁ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି 10ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି 50ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ”କଲ୍ଲାକୁର୍ଚ୍ଚିରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ। ମଦ ମୃତ୍ୟୁ ଘଟଣାରେ ଯେଉଁ ମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯଦି ଜନସାଧାରଣ ଏଭଳି ଅପରାଧରେ ଜଡ଼ିତ ଥିବା ବିଷୟରେ ସୂଚନା ଦିଅନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମାଜକୁ ଖରାପ ବାର୍ତ୍ତା ହେଉଥିବା ଏପରି ଅପରାଧକୁ ଦମନ କରାଯିବ।

Leave A Reply

Your email address will not be published.