ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅଗ୍ରସର ହେଲା ମୌସୁମୀ ବାୟୁ

0

ଭୁବନେଶ୍ବର: ଗତ ଜୁନ ୦୮ ରୁ ମାଲକାନାଗିରି ଓ କୋରାପୁଟ ଜିଲ୍ଲା ର କିଛି ଅଞ୍ଚଳ କୁ ପ୍ରବେଶ କରିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ପରେ ପ୍ରାୟ ୧୧ ଦିନ ଧରି ପ୍ରତିକୂଳ ପାଣିପାଗ ହେତୁ ଅଗ୍ରସର ହୋଇପାରିନଥିଲା ମୌସୁମୀ ବାୟୁ। ତେବେ ଆଶ୍ୱସ୍ତି ର କଥା ଯେ, ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ର ଅବଶିଷ୍ଟ ଅଂଶ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଓ ଗଜପତି ଜିଲ୍ଲା ରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି କିଛି ଜିଲ୍ଲା କୁ ପ୍ରବେଶ କରିବ ମୌସୁମୀ ବାୟୁ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.