ପ୍ରମୁଖ ଖବର

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ। ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରକୁ ବାହାରିଥାନ୍ତେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ।

ସୂଚନା ଅନୁଯାୟୀ ଏହି ମାମଲାରେ ବିଚାରପତି ସୁଧୀର ଜୈନ ଏବଂ ରବିନ୍ଦର ଡୁଡେଜାଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଇଡି ପକ୍ଷରୁ ହଜାର ହୋଇଥିବା ଓକିଲ କହିଥିଲେ ,ନିମ୍ନ ଅଦାଲତରେ ଏହିମାମଲାରେ ସେମାନଙ୍କର ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା। ଗୁରୁବାର ନିମ୍ନ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେଇଥିଲେ। ଯାହାକୁ ବିରୋଧକରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।

Leave A Reply

Your email address will not be published.