ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୨୮ ଜୁନ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ

0
  • ୨୮ ଜୁନ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ବର: ଗତ କାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ର ଆଉ କିଛି ଜିଲ୍ଲା କୁ ପ୍ରବେଶ କରିଛି। ଗତ ଜୁନ ୦୮ ରେ ମୌସୁମୀ ବାୟୁ ପ୍ରଥମେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ର କିଛି ଅଞ୍ଚଳ କୁ ଛୁଇଁଥିଲା। ତେବେ ପ୍ରତିକୂଳ ପାଣିପାଗ ହେତୁ ଦୀର୍ଘ ୧୧ ଦିନ ଧରି ଅଗ୍ରସର ହୋଇପାରିନଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ , ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି ଜିଲ୍ଲା କୁ ପ୍ରଵେଶ କରିଛି ମୌସୁମୀ ବାୟୁ। ସେହିପରି ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶା ର ଆହୁରି ଅନେକ ଅଞ୍ଚଳ କୁ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ପାଗ କେତେକାଂଶ ରେ ମେଘୁଆ ରହିବା ସହ ଅନେକ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ର ଅଧିକାଂଶ ଅଞ୍ଚଳରେ ରେ ଆଜି ବର୍ଷା ସମ୍ଭାବନା ରହିଛି। ମାଲକାନଗିରି , କୋରାପୁଟ, ରାୟଗଡ଼ା, ଗଜପତି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶା ର ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ ୨୮ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ତେଣୁ ଜୁନ ଶେଷ ସପ୍ତାହରେ ରାଜ୍ୟ ରେ ବର୍ଷା ବଢିବ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.