ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

0


ତାମିଲନାଡୁ: ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାରେ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ୱାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ ଡିଏମକେ ବିରୋଧରେ ବି ଆନ୍ଦୋଳନ କରିଛି ବିଜେପି।

ବେଆଇନ ଦେଶୀ ମଦ ପିଇ ମଙ୍ଗଳବାର ୧୯୩ ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ୧୯୩ ଅସୁସ୍ଥଙ୍କ ମଧ୍ୟରୁ ୧୪୦ ଜଣଙ୍କ ଅବସ୍ଥା ଏବେ ବି ସ୍ଥିର ଅଛି ବୋଲି କହିଛନ୍ତି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ। ୧୪ଜଣଙ୍କୁ ରିମାଣ୍ଡରେ ପୋଲିସ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମେଡିକାଲ ଯାଞ୍ଚ ଲାଗି ହସ୍ପିଟାଲକୁ ନିଆଯାଇଛି। ଘଟଣାର ତଦନ୍ତଭାର ତାମିଲନାଡୁ ପୋଲିସର ସିବିଆଇ ସିଆଇଡି ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ମେଡିକାଲ କଲେଜରୁ ୫୬ ଜଣ ଡାକ୍ତରଙ୍କୁ ଅଣାଯାଇ ରୋଗୀ ସେବାରେ ନିୟୋଜିତ କରାଯାଇଛି।

Leave A Reply

Your email address will not be published.