ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ମାୟାବତୀଙ୍କ ଉତ୍ତରାଧିକାରୀ ଆକାଶ ଆନନ୍ଦ

0

ଲକ୍ଷ୍ନୋ: ଲୋକ ସଭା ନିର୍ବାଚନରେ ପରାଜୟ ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ପୁଣି ଥରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଶନିବାର ଘୋଷଣା କରିଛନ୍ତି। କୁହାଯାଉଛି କି, ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ସମ୍ଭାଳିବେ ।

ଆଜି ବିଏସ୍‌ପିର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବଂ ତାଙ୍କ ଭାଇ ଆନନ୍ଦଙ୍କ ସମେତ ବରିଷ୍ଠ ଦଳର ନେତାମାନେ ଉପସ୍ଥିତ ଥିଲେ। ତାଙ୍କୁ ବହୁଜନ ସମାଜ ପାର୍ଟିର ଜାତୀୟ ସଂଯୋଜକ ମଧ୍ୟ କରାଯାଇଛି ଏବଂ ଆକାଶ ଆନନ୍ଦ ଖୁବ୍‌ଶୀଘ୍ର ଜାତୀୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ଗ୍ରହଣ କରିବେ।

ବିଏସ୍‌ପି ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୮ତମ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏହା ଜାତୀୟ ସ୍ତରରେ ଦଳର ପ୍ରଥମ ପ୍ରମୁଖ ବୈଠକ। ଏହି ବୈଠକରେ ମାୟାବତୀ କହିଛନ୍ତି, ଆକାଶ ଆନନ୍ଦଙ୍କୁ ମଧ୍ୟ ପୂର୍ଣ୍ଣ ପରିପକ୍ୱତା ସହିତ ଦଳରେ କାମ କରିବାର ସୁଯୋଗ ଦିଆଯାଉଛି। ସେ ପୂର୍ବ ପରି ଦଳରେ ତାଙ୍କର ସମସ୍ତ ପଦବୀ ଜାରି ରଖିବେ, ଅର୍ଥାତ୍‌ ସେ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୋର ଏକମାତ୍ର ଉତ୍ତରାଧିକାରୀ ଭାବରେ ରହିବେ।

ବୈଠକରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ବିଏସ୍‌ପି ଅଂଶଗ୍ରହଣ କରିବ। ସେ ଏହି ସଭାରେ ପହଞ୍ଚିବା ମାତ୍ରେ ଆକାଶ ଆନନ୍ଦ ବିଏସ୍‌ପି ସୁପ୍ରିମୋ ତଥା ତଙ୍କ ପିଉସୀ ମାୟାବତୀଙ୍କ ପାଦ ଛୁଇଁଥିଲେ। ଏହି ସମୟରେ ମାୟାବତୀ ତାଙ୍କ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।

Leave A Reply

Your email address will not be published.