ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମାୟାବତୀଙ୍କ ଉତ୍ତରାଧିକାରୀ ଆକାଶ ଆନନ୍ଦ

0

ଲକ୍ଷ୍ନୋ: ଲୋକ ସଭା ନିର୍ବାଚନରେ ପରାଜୟ ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ପୁଣି ଥରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଶନିବାର ଘୋଷଣା କରିଛନ୍ତି। କୁହାଯାଉଛି କି, ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ସମ୍ଭାଳିବେ ।

ଆଜି ବିଏସ୍‌ପିର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବଂ ତାଙ୍କ ଭାଇ ଆନନ୍ଦଙ୍କ ସମେତ ବରିଷ୍ଠ ଦଳର ନେତାମାନେ ଉପସ୍ଥିତ ଥିଲେ। ତାଙ୍କୁ ବହୁଜନ ସମାଜ ପାର୍ଟିର ଜାତୀୟ ସଂଯୋଜକ ମଧ୍ୟ କରାଯାଇଛି ଏବଂ ଆକାଶ ଆନନ୍ଦ ଖୁବ୍‌ଶୀଘ୍ର ଜାତୀୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ଗ୍ରହଣ କରିବେ।

ବିଏସ୍‌ପି ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୮ତମ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏହା ଜାତୀୟ ସ୍ତରରେ ଦଳର ପ୍ରଥମ ପ୍ରମୁଖ ବୈଠକ। ଏହି ବୈଠକରେ ମାୟାବତୀ କହିଛନ୍ତି, ଆକାଶ ଆନନ୍ଦଙ୍କୁ ମଧ୍ୟ ପୂର୍ଣ୍ଣ ପରିପକ୍ୱତା ସହିତ ଦଳରେ କାମ କରିବାର ସୁଯୋଗ ଦିଆଯାଉଛି। ସେ ପୂର୍ବ ପରି ଦଳରେ ତାଙ୍କର ସମସ୍ତ ପଦବୀ ଜାରି ରଖିବେ, ଅର୍ଥାତ୍‌ ସେ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୋର ଏକମାତ୍ର ଉତ୍ତରାଧିକାରୀ ଭାବରେ ରହିବେ।

ବୈଠକରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ବିଏସ୍‌ପି ଅଂଶଗ୍ରହଣ କରିବ। ସେ ଏହି ସଭାରେ ପହଞ୍ଚିବା ମାତ୍ରେ ଆକାଶ ଆନନ୍ଦ ବିଏସ୍‌ପି ସୁପ୍ରିମୋ ତଥା ତଙ୍କ ପିଉସୀ ମାୟାବତୀଙ୍କ ପାଦ ଛୁଇଁଥିଲେ। ଏହି ସମୟରେ ମାୟାବତୀ ତାଙ୍କ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।

Leave A Reply

Your email address will not be published.