ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ : ପ୍ରତାପ କେଶରୀ ଦେବ

0

ଭୁବନେଶ୍ବର: କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଜନସଭାକୁ ସମ୍ବୋଧିତ କରି ରଖିଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ହୋଇଛି। ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ଶଙ୍ଖ ଧରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏପରିକି ତାଙ୍କୁ ମନ୍ତ୍ରୀପଦ ଅଫର ମିଳିଥିବା କଥା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡ଼ା କାଉଣ୍ଟର କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତି ନେଇ ଯେଉଁ ଉକ୍ତି ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି ସେ ଆଉ ବିରୋଧୀ ଦଳରେ ନାହାଁନ୍ତି । ପଦ ମର୍ଯ୍ୟାଦା ବଞ୍ଚେଇ ରଖିବା କଥା ବୋଲି ବିଜେଡି କହିଛି । ସଂସଦରେ ଓଡ଼ିଶା ଖଣି ସଂସ୍କାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉକ୍ତି ଶୋଭନୀୟ ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଆଳି ବିଧାୟକ ପ୍ରତାପ କେଶରୀ ଦେବ ।

ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, ” ଯଦି ସେ କହୁଛନ୍ତି ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ପକ୍ଷରୁ ପ୍ରଲୋଭନ ଦେଖାଯାଇଥିଲା, ସେତେବେଳେ ତ କାହିଁ ସେ କହିନଥିଲେ। ସେ ଚାହିଁଥିଲେ କେସ୍‌ କରିପାରିଥାନ୍ତେ। ଗଣମାଧ୍ୟମ ଜରିଆରେ ଉକ୍ତି ରଖିପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ଏ କଥା କହିବା କେତେ ଶୋଭନୀୟ ତାହା ମୁଖ୍ୟମନ୍ତ୍ରୀ ବିଚାର କରିବେ। ଖଣି ଉପରେ ମୁଖ୍ୟମନ୍ତ୍ରୀ କିଛି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ତଥା ବିଜେପିର ସର୍ବୋଚ୍ଚ ନେତାଙ୍କ ଉକ୍ତିକୁ ଦେଖନ୍ତୁ। ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ଖଣି ସଂସ୍କାରରେ ଓଡିଶା ଆଗୁଆ ଅଛି। ସଂଘୀୟ ବ୍ୟବସ୍ଥାରେ କେମିତି କାର୍ଯ୍ୟ ହୁଏ, ତାହା ନବୀନଙ୍କଠାରୁ ଶିଖନ୍ତୁ । ସରକାର କରିବାକୁ ଲୋକେ ବିଜେପିକୁ ବହୁମତ ଦେଇଛନ୍ତି। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। କିଛି ନହେଲେ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ। ଜଣେ ମୁଖ୍ୟମନ୍ତ୍ରୀ ଏଭିଳି ଉକ୍ତି ରଖିବା ଶୋଭନୀୟ ନୁହେଁ। “

Leave A Reply

Your email address will not be published.