ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ : ପ୍ରତାପ କେଶରୀ ଦେବ

0

ଭୁବନେଶ୍ବର: କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଜନସଭାକୁ ସମ୍ବୋଧିତ କରି ରଖିଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ହୋଇଛି। ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ଶଙ୍ଖ ଧରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏପରିକି ତାଙ୍କୁ ମନ୍ତ୍ରୀପଦ ଅଫର ମିଳିଥିବା କଥା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡ଼ା କାଉଣ୍ଟର କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତି ନେଇ ଯେଉଁ ଉକ୍ତି ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି ସେ ଆଉ ବିରୋଧୀ ଦଳରେ ନାହାଁନ୍ତି । ପଦ ମର୍ଯ୍ୟାଦା ବଞ୍ଚେଇ ରଖିବା କଥା ବୋଲି ବିଜେଡି କହିଛି । ସଂସଦରେ ଓଡ଼ିଶା ଖଣି ସଂସ୍କାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉକ୍ତି ଶୋଭନୀୟ ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଆଳି ବିଧାୟକ ପ୍ରତାପ କେଶରୀ ଦେବ ।

ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, ” ଯଦି ସେ କହୁଛନ୍ତି ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ପକ୍ଷରୁ ପ୍ରଲୋଭନ ଦେଖାଯାଇଥିଲା, ସେତେବେଳେ ତ କାହିଁ ସେ କହିନଥିଲେ। ସେ ଚାହିଁଥିଲେ କେସ୍‌ କରିପାରିଥାନ୍ତେ। ଗଣମାଧ୍ୟମ ଜରିଆରେ ଉକ୍ତି ରଖିପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ଏ କଥା କହିବା କେତେ ଶୋଭନୀୟ ତାହା ମୁଖ୍ୟମନ୍ତ୍ରୀ ବିଚାର କରିବେ। ଖଣି ଉପରେ ମୁଖ୍ୟମନ୍ତ୍ରୀ କିଛି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ତଥା ବିଜେପିର ସର୍ବୋଚ୍ଚ ନେତାଙ୍କ ଉକ୍ତିକୁ ଦେଖନ୍ତୁ। ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ଖଣି ସଂସ୍କାରରେ ଓଡିଶା ଆଗୁଆ ଅଛି। ସଂଘୀୟ ବ୍ୟବସ୍ଥାରେ କେମିତି କାର୍ଯ୍ୟ ହୁଏ, ତାହା ନବୀନଙ୍କଠାରୁ ଶିଖନ୍ତୁ । ସରକାର କରିବାକୁ ଲୋକେ ବିଜେପିକୁ ବହୁମତ ଦେଇଛନ୍ତି। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। କିଛି ନହେଲେ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ। ଜଣେ ମୁଖ୍ୟମନ୍ତ୍ରୀ ଏଭିଳି ଉକ୍ତି ରଖିବା ଶୋଭନୀୟ ନୁହେଁ। “

Leave A Reply

Your email address will not be published.