ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବେଙ୍ଗାଲୁରୁରେ ସୋଆ ଆୟୋଜିତ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ ଯୋଗଦାନ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁ ଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ କର୍ପୋରେଟ ନେତୃବୃନ୍ଦ ଯୋଗ ଦେଇଥିଲେ। ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇ ‘କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ନିଜ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୋଆର ଡିନ୍ (କର୍ପୋରେଟ୍ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ) ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଓପନ୍ ଲିଙ୍କ ଫାଉଣ୍ଡେସନ୍‌ର ଚିଫ୍ ଷ୍ଟ୍ରାଟେଜିଷ୍ଟ ଶ୍ରୀ ରାଜୀବ କୁମାର ସିଂ ଆୟୋଜିତ ଆଲୋଚନା ଚକ୍ରକୁ ସଂଚାଳନ କରିଥିଲେ। ଏଥିରେ ଲିଡରସିପ୍ ଏବଂ କର୍ପୋରେଟ ରିଲେସନ୍ କ୍ଷେତ୍ରରେ ବର୍ତମାନ ଏବଂ ଭବିଷ୍ୟତ ଧାରାକୁ ନେଇ ଆଲୋଚନା କରାଯାଇଥିଲା। ଆଲୋଚନା ଚକ୍ରରେ ଇଞ୍ଜିନିୟରିଂ ଏକାଡେମୀ ଅଫ୍ ଏଲ୍ ଆଣ୍ଡ ଟି ଟେକ୍ନୋଲୋଜି ସର୍ଭିସେସ୍‌ର ଗ୍ଲୋବାଲ ହେଡ୍ ଶ୍ରୀ ପି. ବି. କୋଟୁର, ଟୋରୀ ହ୍ୟାରିସ୍ ଇନ୍‌ଟିଗ୍ରେସନ୍ ସଲ୍ୟୁସନ୍ସର ସିଏଚ୍‌ଆର୍‌ଓ ଶ୍ରୀମତି ସି. ଅପର୍ଣ୍ଣା, ବିଏନ୍‌ୱାଇ ମେଲନ୍‌ର ଉପସଭାପତି ଶ୍ରୀ ବାଲିରାମ୍ ମୁଟାଗେକର ଓ ଟ୍ୟାଲି ସଲ୍ୟୁସନ୍‌ସର ପ୍ରାଇଭେଟ ଲିମିଟେଡ୍‌ର ଚିଫ୍ ପିପୁଲ୍ ଅଫିସର ଡକ୍ଟର ଏସ୍‌. ଜେ. ନାଗାନାଗୌଡଙ୍କ ସମେତ ମାଇକ୍ରୋସଫ୍‌ଟ, ଡେଲ୍‌, ସ୍କାଲାର ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀର ନେତୃବର୍ଗ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ।

Leave A Reply

Your email address will not be published.