ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଏବେ ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

0

ଭୁବନେଶ୍ବର: ଗଣଶିକ୍ଷା ବିଭାଗର ବଡ ନିଷ୍ପତି ଏବେ ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ। ଖରା ଛୁଟି ପରେ ସ୍କୁଲ ଖୋଲିବା ସହ ପାଠ ପଢା ଆରମ୍ଭ ହୋଇଛି। କିନ୍ତୁ ଅଧିକାଂଶ ସ୍କୁଲରେ ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାନ୍ତି। ଯାହାଫଳରେ ପାଠପଢ଼ାରେ ବହୁ ଅସୁବିଧା ହେଉଛି। ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି। ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି।

ଖାଲି ପଡ଼ିଥିବା ଶିକ୍ଷକ ପଦରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଣିଥରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ୪୫୮୦ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯିବ। ଅତିଥି ଶିକ୍ଷକଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ କିମ୍ବା ନୂତନ ଶିକ୍ଷକ ଯୋଗଦେବା ପର୍ଯ୍ୟନ୍ତ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ରିପୋର୍ଟ ଅନୁସାରେ ଖାଲିଥିବା ସ୍ଥାନରେ ଅତିଥି ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷା ଅଧିକାରୀ ସୁନିଶ୍ଚିତ କରିବେ। ଖାଲି ପଦ ଅନୁସାରେ ଅତିଥି ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ଜିଲାପାଳଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ହେବ।

Leave A Reply

Your email address will not be published.