ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଏବେ ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

0

ଭୁବନେଶ୍ବର: ଗଣଶିକ୍ଷା ବିଭାଗର ବଡ ନିଷ୍ପତି ଏବେ ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ। ଖରା ଛୁଟି ପରେ ସ୍କୁଲ ଖୋଲିବା ସହ ପାଠ ପଢା ଆରମ୍ଭ ହୋଇଛି। କିନ୍ତୁ ଅଧିକାଂଶ ସ୍କୁଲରେ ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାନ୍ତି। ଯାହାଫଳରେ ପାଠପଢ଼ାରେ ବହୁ ଅସୁବିଧା ହେଉଛି। ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି। ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି।

ଖାଲି ପଡ଼ିଥିବା ଶିକ୍ଷକ ପଦରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଣିଥରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ୪୫୮୦ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯିବ। ଅତିଥି ଶିକ୍ଷକଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ କିମ୍ବା ନୂତନ ଶିକ୍ଷକ ଯୋଗଦେବା ପର୍ଯ୍ୟନ୍ତ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ରିପୋର୍ଟ ଅନୁସାରେ ଖାଲିଥିବା ସ୍ଥାନରେ ଅତିଥି ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷା ଅଧିକାରୀ ସୁନିଶ୍ଚିତ କରିବେ। ଖାଲି ପଦ ଅନୁସାରେ ଅତିଥି ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ଜିଲାପାଳଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ହେବ।

Leave A Reply

Your email address will not be published.