ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଟି-୨୦ ବିଶ୍ବକପ ଜିତିଲା ଭାରତ

0

ନୂଆଦିଲ୍ଲୀ: ଭାରତର ରୋମାଞ୍ଚକର ବିଜୟ। ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ରୋହିତ ବାହିନୀ। ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି। ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି। ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ୧୭୭ ରନର ବିଜୟ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ୧୬୯ ରନରେ ଅଟକାଇ ଦେଲା ଭାରତ। ଶେଷ ଓଭରରେ ଚମତ୍କାର ବ୍ଯାଟିଂ ସହ ଦୁଇ ୱିକେଟ ନେଇ ଭାରତକୁ ବିଶ୍ବବିଜୟୀ କଲେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ଯା। ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଏହି ସ୍ମରଣୀୟ କ୍ଷଣ ପାଇଛି।

୧୧ ବର୍ଷ ପରେ ଭାରତ ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିଥିଲା। ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି। ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୦୭ରେ ଧୋନିଙ୍କ ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା।

ଏହାସହ ବିଶ୍ବକପ ଜିତି କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ବିଦାୟକାଳୀନ ଭେଟି ଦେଇଛି ଭାରତ। ଟସ ଜିତି ପ୍ରଥମେ ବ୍ଯାଟିଂ ଆରମ୍ଭ କରିଥିଲା ଭାରତ। ପ୍ରଥମ ଓଭରରେ ଭାରତ ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ବିତୀୟ ଓଭରରେ ମାତ୍ର ୯ ରନ କରି କ୍ଯାପଟେନ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ସମାନ ଓଭରରେ ଶୂନ ରନରେ ପାଭିଲିଅନ ଫେରିଥିଲେ ରିଷଭ ପନ୍ତ। ପରବର୍ତ୍ତୀ ସମୟରେ ସୂର୍ଯ୍ଯକୁମାର ୟାଦବ ୩ ରନ କରି ଆଉଟ ହୋଇଥିଲେ। ପରେ ବିରାଟ କୋହଲି ଏବଂ ଅକ୍ଷର ପଟେଲ ଭାରତର ବ୍ଯାଟିଂ ଲାଇନକୁ ସମ୍ଭାଳିଥିଲେ। ଉଭୟ ଦୀର୍ଘ ସମୟ ଧରି ଦମଦାର ବ୍ଯାଟିଂ କରିଥିଲେ। ଦଳୀୟ ସ୍କୋରକୁ ୧୦୦ ରନ ପାର କରିବା ପରେ ୧୩ ଓଭର ୩ଟି ବଲରେ ଅକ୍ଷର ପାଭିଲିଅନ ଫେରିଥିଲେ। ୩୧ ବଲରେ ୪୭ ରନ କରି ଆଉଟ ହୋଇଥିଲେ ଅକ୍ଷର।

ଏହାପରେ ଶିବମ ଦୁବେ ଓ ବିରାଟ ମଧ୍ଯ ଭଲ ବ୍ଯାଟିଂ କରିଥିଲେ । ବିରାଟ ୫୯ ବଲରେ ୨ ଛକା ଓ ୬ଟି ଚୌକା ମାରି ୭୬ ରନ କରି ଆଉଟ ହୋଇଥିଲେ । ଶେଷ ଆଡକୁ ଦୁବେଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ଦୁବେ ୧୬ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆ ଅପରାଜିତ ୨ ବଲରେ ୫ରନ ଏବଂ ଜାଡେଜା ୨ଟି ବଲରେ ୨ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ ହରାଇ ୧୭୬ ରନ କରିଥିଲା । ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଦ୍ବିତୀୟ ଓଭରରେ ଝଟକା ଦେଇଥିଲା । ୫ ବଲରେ ୪ ରନ କରିଥିବା ହେଣ୍ଡ୍ରିକ୍ସଙ୍କୁ ବୁମରା ପାଭିଲିଅନ ଫେରାଇଥିଲେ । ପରେ ତୃତୀୟ ଓଭରରେ ମାରକ୍ରମଙ୍କୁ ୪ ରନରେ ଆଉଟ କରିଥିଲେ ଅର୍ଶଦୀପ । ଶେଷ ସମୟରେ ମ୍ଯାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା ।

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୬ ବଲରେ ୧୬ ରନ ଆବଶ୍ଯକ ଥିଲା । ହାର୍ଦ୍ଦିକ ପାଣ୍ଡ୍ଯା ବୋଲିଂ କରିବାକୁ ଆସିଥିବା ବେଳେ ୨ ୱିକେଟ ନେଇ ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ, ଜଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା।

ତେବେ ଏସବୁ ଭିତରେ ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍‌ର ଏକ ଯୁଗ ଶେଷ ହୋଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି। ଫାଇନାଲ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି। ଏଥି ସହିତ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ସହିତ କୌଣସି ଫର୍ମାଟରେ ଦେଖିବାକୁ ମିଳିବ ନାହିଁ। କୋଚ୍ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏହିପରି, ଏହି ବିଶ୍ୱକପ ପରେ ତିନି ମହାନ ରୋହିତ ଶର୍ମା, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ବିଦାୟ ନେଉଛନ୍ତି।

Leave A Reply

Your email address will not be published.