ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ମୋଦିଙ୍କ ଜନ୍ମଦିନରେ ହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ

0

ନୂଆଦିଲ୍ଲୀ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ। ସଭାରେ ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଯୋଜନାର ଶୁଭାରମ୍ଭ ହେବ ।

ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.