ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

0

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କମିଲା ଏଲପିଜି ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି। ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ମାସର ପ୍ରଥମ ତାରିଖରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡର ବିକ୍ରୟ କରୁଥିବା ସରକାରୀ କମ୍ପାନୀଗୁଡିକ ମୂଲ୍ୟ ସଂଶୋଧନ କରନ୍ତି। ଆଜି ଇଣ୍ଡିଆନ୍ ଅଏଲ୍, ଏଚପିସିଏଲ ଏବଂ ଜିବିପିସିଏଲ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି।

ମାସ ଆରମ୍ଭରୁ ଉପୋଭକ୍ତାଙ୍କ ପାଇଁ ଖୁସି ଖବର। କମିଲା ରନ୍ଧନ ଗ୍ୟାସ ଦର। କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୧ ଟଙ୍କା କମ୍ କରିଛନ୍ତି। ସାରା ଦେଶରେ ଆଜିଠୁ ଏହି ଦର ଲାଗୁ ହୋଇଛି ।

କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ। ଆଜି କର୍ମସିଆଲ ସିଲିଣ୍ଡର ୩୧ ଟଙ୍କା ଶସ୍ତା ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୪୬ ଟଙ୍କା ହୋଇଛି। ପୂର୍ବରୁ ୧୬୭୬ ଟଙ୍କାରେ ବିକ୍ରି ହେଉଥିଲା ।
ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ।

କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ସିଲିଣ୍ଡର ୧୬୨୯ ଟଙ୍କାରୁ ୩୧ ଟଙ୍କା ହ୍ରାସ ପାଇ ୧୫୯୮ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୮୦୯.୫୦ ଟଙ୍କା ରହିଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ମୁମ୍ବାଇରେ ୮୦୨.୫୦ ଟଙ୍କାରେ ଉପଲବ୍ଧ ହେଉଛି।

Leave A Reply

Your email address will not be published.