ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏଥର ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହେବେ ଓଡ଼ିଆ ପୁଅ କିଶୋର

0

ଭୁବନେଶ୍ବର: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ। ଏଥର ଏହି ଅଲିମ୍ପିକ୍ସରେ ଚମକିବେ ଜଣେ ଓଡ଼ିଆ ପୁଅ । ସେ ହେଲେ ବ୍ରହ୍ମଗିରିର କିଶୋର ଜେନା। ଓଡ଼ିଶା ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏସିଆନ ଗେମ୍ସରେ କିଶୋର ରୌପ୍ୟ ପଦକ ହାସଲ କରିଥିବା ବେଳେ ଏହି ଇଭେଣ୍ଟରେ ମଧ୍ୟ ପଦକ ଆଣିବା ଆଶା କରାଯାଉଛି

ଏଏଫଆଇ ଚୟନ ପ୍ୟାନେଲ ପକ୍ଷରୁ ପ୍ରକାଶ ପାଇଥିବା ୨୮ ଜଣିଆ ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଟିମରେ କିଶୋରଙ୍କ ନାମ ରହିଛି। ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଭାରତୀୟ ଆଥଲେଟ୍ସ ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ଖେଳିବେ। କିଶୋରଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରେ । ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.