ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଚାବିରେ ନ ଖୋଲିଲେ ଭଙ୍ଗାଯିବ ରତ୍ନଭଣ୍ଡାର ତାଲା

0

ପୁରୀ: ପୁଣି ଝୁଲିକି ରହିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ବାହାରି ପାରିଲାନି କୌଣସି ନିଷ୍କର୍ସ। ଆସନ୍ତା ୯ ତାରିଖରେ ପୁଣି ବସିବ ତଦାରଖ କମିଟି ବୈଠକ। ସରକାରଙ୍କ ଅନୁମତି ପରେ ସବ କମିଟି ଗଠନ କରାଯିବ। ଏହାପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ।

ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, “ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଥିବା ଜଣାପଡ଼ିଛି। ଟ୍ରେଜେରୀରୁ ଚାବି ଆଣିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ୯ ରେ ଏହି ଡୁପ୍ଲିକେଟ ଚାବି ଉପସ୍ଥାପନ ହେବ। ହେଲେ ଚାବି ବହୁ ପୁରୁଣା ହୋଇଥିବାରୁ ସେଥିରେ କାଳେ ନଖୋଲିବ ତେବେ ତାଲା ଭଙ୍ଗାଯିବ। ଏନେଇ ସରକାରଙ୍କ ଅବଗତ କରାଯିବା ପରେ ଯାହା ଏସଓପି ଜାରି ହେବ ସେନେଇ ନିଷ୍ପତି କାର୍ଯ୍ୟକାରୀ ହେବ। ଅସ୍ଥାୟୀ ଭଣ୍ଡାରକୁ ସିସିଟିଭି ନଜର ରଖିବ। ରତ୍ନର ଗଣତି ମଣତି ସମୟରେ ଏହାର ତଦାରଖ କମିଟି ପକ୍ଷରୁ କରାଯିବ। ରତ୍ନ ଗହଣା ଆଦି ଚିହ୍ନିବା ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ। ଯିଏ କି ସ୍ଵର୍ଣ୍ଣ ଅଳଙ୍କାର ଚିହ୍ନଟରେ ବେଶ ଦକ୍ଷ ହୋଇଥିବେ। ଶ୍ରୀମନ୍ଦିର ପରିଚାଳନା କମିଟି ଏମାନଙ୍କୁ ଡାକି ରତ୍ନ ଅଳଙ୍କାରର ଗଣତି କରିବେ। ତେବେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟାକୁ ନେଇ ଶ୍ରୀ ମନ୍ଦିରରେ ଯେମିତି ଦୈନିକ ନୀତିକାନ୍ତିରେ ଅସୁବିଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ସମସ୍ୟା ନ ହୁଏ ତାକୁ ଦୃଷ୍ଟିରେ ରଖାଯାଇ ରତ୍ନ ଭଣ୍ଡାର ଖୋଲାଯିବ।”

“ରତ୍ନଭଣ୍ଡାରରେ ବିଭିନ୍ନ ମୂଲ୍ୟବାନ ଧାତୁ ରହିଛି। ୧୯୭୮ରେ ଗଣତି ପାଇଁ ୭୦ ଦିନ ସମୟ ଲାଗିଥିଲା। ଏବେ ଯେହେତୁ ଉନ୍ନତ ଟେକ୍ନୋଲୋଜି ଆସିଲାଣି, ତାହାର ବ୍ୟବହାର କରାଯାଇ କମ୍ ଦିନରେ ଗଣତି ସାରିବାକୁ ଚେଷ୍ଟା କରାଯିବ।” ଆସନ୍ତା ୯ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପୁଣି ବସିବ ପରବର୍ତ୍ତୀ ବୈଠକ। ଯାହାକୁ ସମସ୍ତଙ୍କର ଅପେକ୍ଷା ରହିଛି।

Leave A Reply

Your email address will not be published.