ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରଥଯାତ୍ରାର ଦ୍ୱିତୀୟ ଦିନରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଗଲେ ମହାପ୍ରଭୁ

0

ପୁରୀ: ଆଜି ମହାପ୍ରଭୁଙ୍କର ରଥଯାତ୍ରାର ଦ୍ୱିତୀୟ ଦିନ। ଗତକାଲି ଗୋଟିଏ ଦିନରେ ତିନୋଟି ଉତ୍ସବ ଅର୍ଥାତ୍ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବା ବେଳେ ନିର୍ଦ୍ଧାରିତ ସମୟର ପୂର୍ବରୁ ଶେଷ ହୋଇଥିଲା ସମସ୍ତ ନୀତିକାନ୍ତି। ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ଦେଖି ଅଧାରେ ଅଟକିଯାଇଥିଲା ଭାବବିନୋଦିଆ ଭକ୍ତ ବତ୍ସଳ ଭଗବାନଙ୍କ ରଥ। ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି। ସେପଟେ ସିଂହଦ୍ୱାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ।

ତେବେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ତମାମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏବେ ପୁଣି ଆରମ୍ଭ ହୋଇଛି ଦ୍ୱିତୀୟ ଦିନର ରଥଟଣା । ଆଜି ଜନ୍ମବେଦୀରେ ପହଞ୍ଚିବେ ଶ୍ରୀଜିଉ। ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ୱନିଅନ୍ତା ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ଵିତୀୟ ଦିନ। ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡଦାଣ୍ଡ। ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି। ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିବ। ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ଦାରୁବ୍ରହ୍ମ।

Leave A Reply

Your email address will not be published.