ପାକିସ୍ତାନ: ପାକିସ୍ତାନର ପେଶାୱାର ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ବିମାନ ନମ୍ବର ଏସଭି-୭୯୨ ଗୁରୁବାର ଅଗ୍ନିକାଣ୍ଡ ଘଟିଛି । ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା।
ସୂଚନା ଅନୁଯାୟୀ, ବିମାନର ଲ୍ୟାଣ୍ଡିଂ ଗିଅରରେ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅଧିକାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ମାଡିଯାଇଥିଲା । ତେବେ ଅଧିକାରୀଙ୍କ ତତ୍ପରତା ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଲୋକଙ୍କୁ ସୁରକ୍ଷିତ ଭାବେ ବିମାନରୁ ସ୍ଥାନାନ୍ତର କରାଯାଇଥିଲା।ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା। ବିମାନରେ ୨୭୬ ଜଣ ଯାତ୍ରୀ ଓ ୨୧ ଜଣ କ୍ରୁ ମେମ୍ବର ଥିଲେ। ଏହି ଘଟଣାରେ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ କାହାର ଜୀବନହାନୀ ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ