ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସାଉଦି ବିମାନରେ ଲାଗିଲା ନିଆଁ

0


ପାକିସ୍ତାନ: ପାକିସ୍ତାନର ପେଶାୱାର ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ବିମାନ ନମ୍ବର ଏସଭି-୭୯୨ ଗୁରୁବାର ଅଗ୍ନିକାଣ୍ଡ ଘଟିଛି । ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା।
ସୂଚନା ଅନୁଯାୟୀ, ବିମାନର ଲ୍ୟାଣ୍ଡିଂ ଗିଅରରେ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅଧିକାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ମାଡିଯାଇଥିଲା । ତେବେ ଅଧିକାରୀଙ୍କ ତତ୍ପରତା ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଲୋକଙ୍କୁ ସୁରକ୍ଷିତ ଭାବେ ବିମାନରୁ ସ୍ଥାନାନ୍ତର କରାଯାଇଥିଲା।ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା। ବିମାନରେ ୨୭୬ ଜଣ ଯାତ୍ରୀ ଓ ୨୧ ଜଣ କ୍ରୁ ମେମ୍ବର ଥିଲେ। ଏହି ଘଟଣାରେ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ କାହାର ଜୀବନହାନୀ ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.