ଢେଙ୍କାନାଳ: ଢେଙ୍କାନାଳ ମଗଜି ଲଡୁକୁ ମିଳିଛି ଜିଆଇ ଟ୍ୟାଗ । ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର। ଶହ ଶହ ବର୍ଷ ପୂର୍ବରୁ କ୍ଷୀର ଛେନାରୁ ନିର୍ମିତ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଲା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ। ପିଢି ପରେ ପିଢି ଏହି ମିଠା ପ୍ରସ୍ତୁତ କରାଯାଉଛି।ସୂଚନାଯୋଗ୍ୟ, ମଗଜି ଲଡୁ ପୂର୍ବରୁ ଗଜପତିର ଖଜୁରୀ ଗୁଡ଼, ମୟୂରଭଞ୍ଜର କାଇ ଚଟଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍, କୋରାପୁଟର କଳାଜିରା ଧାନ, ଲାଞ୍ଜିଆ ସୌରା ଚିତ୍ରକଳାକୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିସାରିଛି। ୨୦୨୦ରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟ୍ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଚେନ୍ନାଇରେ ଦରଖାସ୍ତ ପଞ୍ଜୀକୃତ କରାଯାଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା।
ପ୍ରମୁଖ ଖବର
କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ