ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ନିଟ୍ ପେପର ଲିକର ମାଷ୍ଟର ମାଇଣ୍ଡ ଗିରଫ

0

ବିହାର: ସିବିଆଇ କବଜାରେ ନିଟ୍ ପେପର ଲିକର ମାଷ୍ଟର ମାଇଣ୍ଡ । ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ର କିଙ୍ଗ୍‌ପିନ୍‌ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ୱତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି। ଆଜି ମଧ୍ୟ ପଶ୍ଚିମବଙ୍ଗ ଓ ବିହାରର କେତେକ ସ୍ଥାନରେ ରେଡ୍ କରାଯାଇଛି । ସନ୍ଦେହ କରାଯାଉଛି ଝାଡ଼ଖଣ୍ଡର ହଜାରିବାଗରୁ ହିଁ ନିଟ୍ ପେପେର ଲିକ୍ ହୋଇଥିଲା ।ପ୍ରବେଶିକା ପରୀକ୍ଷା ଅନିୟମିତତା ମାମଲାରେ ଚଢ଼ାଉ ବେଳେ ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ ତାଙ୍କ ପଛରେ ପଡ଼ିଥିଲା। ଟେକ୍‌ନିକାଲ ସର୍ଭିଲାନ୍ସ ସହାୟତାରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ପ୍ରକୃତ ଅବସ୍ଥିତି ପାଇବା ପରେ ଗୁରୁବାର ଭୋର ସମୟରେ ଗିରଫ କରିଥିଲେ। ସିବିଆଇ ବିହାର ଓ ଝାଡ଼ଖଣ୍ଡର ୧୫ଟି ସ୍ଥାନରେ ଚଢ଼ାଉ କରି ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କିତ କେତେକ ଦସ୍ତାବିଜ୍‌ ହସ୍ତଗତ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ଓଏସିସ୍‌ ସ୍କୁଲ୍‌ର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲଙ୍କୁ ସିବିଆଇ ପୂର୍ବରୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ତଦନ୍ତକାରୀ ସଂସ୍ଥା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୬ଟି ଏତଲା ଦାଏର କରିଛି।

Leave A Reply

Your email address will not be published.