ଗଜପତି: ଷ୍ଟେଜ ଉପରେ ଗୀତ ଗାଉ ଗାଉ ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ।ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ ଗାଉ ଗାଉ ଚାଲି ଯାଇଛି ଜୀବନ। ଗୀତ ବୋଲୁଥିବାବେଳେ ଟଳି ପଡିଛନ୍ତି ଅତିରିକ୍ତ ଜିଲାପାଳ।ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି ପଡିଥିଲେ ବୀରେନ୍ଦ୍ର । ଏହାପରେ ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠି ଏଡିଏମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।ସୂଚନାଯୋଗ୍ୟ, ବୁଧବାର ରାତିରେ କାର୍ଯ୍ୟାଳାୟ ପକ୍ଷରୁ ପାରେଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ରାତ୍ରିଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତ ଗାଉଥିଲେ ଏଡିଏମ ବୀରେନ୍ଦ୍ର ଦାସ । ହେଲେ ଭଜନ ଗାଇଲା ବେଳେ ହଠାତ୍ ଷ୍ଟେଜରେ ଟଳି ପଡିଥିଲେ । ସେଠୁ ପ୍ରଥମେ ତାଙ୍କୁ ପାରେଳାଖେମୁଣ୍ଡି ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କ ଅବସ୍ଥା ଦେଖି ତାଙ୍କୁ ଏମକେସିଜି ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପ୍ରମୁଖ ଖବର
ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ