ପ୍ରମୁଖ ଖବର

ମହିଳା ଆରକ୍ଷଣ ବିଲ୍ ବିଫଳ, ପରିଣାମ ଭୋଗିବେ : ନରେନ୍ଦ୍ର ମୋଦୀ
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍‌ ଉପରେ ଗୁଳିମାଡ଼
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍‌ଓପି
ମହିଳା ବିଲ୍ ବିଫଳ,ବିରୋଧୀଙ୍କ ଆକ୍ରମଣ, ‘ଗଣତନ୍ତ୍ରର ବିଜୟ’: ପ୍ରିୟଙ୍କା ଗାନ୍ଧୀ
‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

ଷ୍ଟେଜ ଉପରେ ଗୀତ ଗାଉ ଗାଉ ଟଳିପଡିଲେ ଜିଲ୍ଲାପାଳ

0

ଗଜପତି: ଷ୍ଟେଜ ଉପରେ ଗୀତ ଗାଉ ଗାଉ ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ।ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ ଗାଉ ଗାଉ ଚାଲି ଯାଇଛି ଜୀବନ। ଗୀତ ବୋଲୁଥିବାବେଳେ ଟଳି ପଡିଛନ୍ତି ଅତିରିକ୍ତ ଜିଲାପାଳ।ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି ପଡିଥିଲେ ବୀରେନ୍ଦ୍ର । ଏହାପରେ ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠି ଏଡିଏମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।ସୂଚନାଯୋଗ୍ୟ, ବୁଧବାର ରାତିରେ କାର୍ଯ୍ୟାଳାୟ ପକ୍ଷରୁ ପାରେଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ରାତ୍ରିଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତ ଗାଉଥିଲେ ଏଡିଏମ ବୀରେନ୍ଦ୍ର ଦାସ । ହେଲେ ଭଜନ ଗାଇଲା ବେଳେ ହଠାତ୍ ଷ୍ଟେଜରେ ଟଳି ପଡିଥିଲେ । ସେଠୁ ପ୍ରଥମେ ତାଙ୍କୁ ପାରେଳାଖେମୁଣ୍ଡି ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କ ଅବସ୍ଥା ଦେଖି ତାଙ୍କୁ ଏମକେସିଜି ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.