ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନନ୍ଦନକାନନ ଆସିଲେ ନୂଆ ଅତିଥି

0

ଭୁବନେଶ୍ୱର: ନନ୍ଦନକାନନ ଆସିଲେ ନୂଆ ଅତିଥି। ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଯୋଜନା କରାଯାଇ ନନ୍ଦନକାନନକୁ ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସମେତ ଏକାଧିକ ଜୀବଜନ୍ତୁ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ ବିର୍ସା ଜୀବ ଉଦ୍ୟାନ ମଧ୍ୟରେ ବନ୍ୟଜନ୍ତୁ ବିନିମୟ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି। ନୂଆଦିଲ୍ଲୀ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ ଅନୁଯାୟୀ ଏହି ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯାଇଛି।
ପ୍ରତିବଦଳରେ କିଛି ଜୀବଜନ୍ତୁ ନନ୍ଦନକାନନରୁ ରାଞ୍ଚି ମଧ୍ୟ ପଠାଯାଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚିର ଭଗବାନ୍ ବିର୍ସା ଜୀବ ଉଦ୍ୟାନରୁ ଗୋଟିଏ ମେଲାନିଷ୍ଟିକ ରୟାଲ ବେଙ୍ଗଲ ଟାଇଗର, ଗୋଟିଏ ସିଉଡୋ-ମେଲାନିଜିମ ଜିନର ସାଧାରଣ ଟାଇଗର, ୩ଟି ଅଣ୍ଡିରା ଏବଂ ଗୋଟିଏ ମାଈ ଷ୍ଟ୍ରାଇଡ ହାଏନା (ହେଟାବାଘ) ଆସିଥିବା ବେଳେ ୫ ଅଣ୍ଡିରା ଓ ୫ ଟି ମାଈ ଭାରତୀୟ ପୋର୍କୁପାଇନଙ୍କ ସହ ୨ ଟି ଅଣ୍ଡିରା ନୀଳଗାଇ ଆସିଛନ୍ତି।

Leave A Reply

Your email address will not be published.