ଭୁବନେଶ୍ୱର: ନନ୍ଦନକାନନ ଆସିଲେ ନୂଆ ଅତିଥି। ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଯୋଜନା କରାଯାଇ ନନ୍ଦନକାନନକୁ ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସମେତ ଏକାଧିକ ଜୀବଜନ୍ତୁ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ ବିର୍ସା ଜୀବ ଉଦ୍ୟାନ ମଧ୍ୟରେ ବନ୍ୟଜନ୍ତୁ ବିନିମୟ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି। ନୂଆଦିଲ୍ଲୀ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ ଅନୁଯାୟୀ ଏହି ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯାଇଛି।
ପ୍ରତିବଦଳରେ କିଛି ଜୀବଜନ୍ତୁ ନନ୍ଦନକାନନରୁ ରାଞ୍ଚି ମଧ୍ୟ ପଠାଯାଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚିର ଭଗବାନ୍ ବିର୍ସା ଜୀବ ଉଦ୍ୟାନରୁ ଗୋଟିଏ ମେଲାନିଷ୍ଟିକ ରୟାଲ ବେଙ୍ଗଲ ଟାଇଗର, ଗୋଟିଏ ସିଉଡୋ-ମେଲାନିଜିମ ଜିନର ସାଧାରଣ ଟାଇଗର, ୩ଟି ଅଣ୍ଡିରା ଏବଂ ଗୋଟିଏ ମାଈ ଷ୍ଟ୍ରାଇଡ ହାଏନା (ହେଟାବାଘ) ଆସିଥିବା ବେଳେ ୫ ଅଣ୍ଡିରା ଓ ୫ ଟି ମାଈ ଭାରତୀୟ ପୋର୍କୁପାଇନଙ୍କ ସହ ୨ ଟି ଅଣ୍ଡିରା ନୀଳଗାଇ ଆସିଛନ୍ତି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ