ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କମ୍ବିଂ ଅପରେସନ ବେଳେ ୭ ମାଓବାଦୀ ଗିରଫ

0

ଛତିଶଗଡ଼: ଛତିଶଗଡ଼ରେ ପୋଲିସକୁ ମିଳିଛି ବଡ ସଫଳତା। ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ କମ୍ବିଂ ଅପରେସନ ବେଳେ ପୋଲିସ ଦ୍ୱାରା ତେରେମ୍‌ ଅଞ୍ଚଳରୁ ମଙ୍ଗଳବାର ମହିଳାଙ୍କ ସମେତ ୭ ମାଓବାଦୀ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ , ତେରେମ୍‌ ଅଞ୍ଚଳରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ କେତେଜଣ ବ୍ୟକ୍ତି ସେମାନଙ୍କୁ ଦେଖି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସେମାନଙ୍କୁ କାବୁକରିବା ପାଇଁ ଚେଷ୍ଟା କରାଯିବା ବେଳେ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ପୋଲିସ କାବୁକରି ପଚରାଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ବୋଲି ଜଣାପଡିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ମାଓବାଦୀଙ୍କ ମଧ୍ୟରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ମାଓବାଦୀ ତାମୋ ଭୀମା ଓ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଉଇକା ମଙ୍ଗ୍ରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବା ସହ ଅଞ୍ଚଳରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.