ପ୍ରମୁଖ ଖବର

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ
ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ: ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି :ରାଜସ୍ୱ ମନ୍ତ୍ରୀ
ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍‌
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା, ବାଇକ୍ ଚଳାଚଳରେ ନିଷେଧ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

ଲଘୁଚାପ ପ୍ରଭାବରେ ୧୯-୨୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଆସନ୍ତା ୧୯ ଜୁଲାଇ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ରଟି ପରବର୍ତ୍ତୀ ୨୪ ଘଣ୍ଟା ରେ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇପାରେ। ଏହି ସମୟ ରେ ରାଜ୍ୟ ରେ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୩୬ ଘଣ୍ଟା ଯାଏଁ ରାଜ୍ୟ ର କିଛି ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖ ରୁ ରାଜ୍ୟ ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ୧୯-୨୦ ରେ ଉପକୂଳ ଓଡ଼ିଶା ଓ ଆଖପାଖ ଜିଲ୍ଲା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି , କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲା ରେ ପ୍ରବଳ ବର୍ଷା (୭-୧୧ ସେମି) ସମ୍ଭାବନା ରହିଛି ତେବେ ଦକ୍ଷିଣ ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ ସେମି) ସମ୍ଭାବନା ରହିଛି। ୨୧-୨୨ ଜୁଲାଇ ରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ଥିବା ବେଳେ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

Leave A Reply

Your email address will not be published.