ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ରାସଗୋବିନ୍ଦପୁର ବିମାନବନ୍ଦର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବ

0

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ବଡ ଘୋଷଣା। ମୟୂରଭଞ୍ଜ ଜିଲାସ୍ଥିତ ଅମର୍ଦା ରୋଡ୍‍ ରାସଗୋବିନ୍ଦପୁର ବିମାନବନ୍ଦରକୁ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଅମର୍ଦା ରୋଡ୍‍ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟକ୍ଷମ ଥିଲା। କେନ୍ଦ୍ର ସରକାରଙ୍କ ଉଡାନ୍‍ ଯୋଜନାରେ ଏଠାରେ ଅଧିକ ଜମିଗ୍ରହଣ ଓ ଉନ୍ନତୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଅମର୍ଦା ରୋଡ୍‍ ବିମାନବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଝାରସୁଗୁଡ଼ା ବିମାନବନ୍ଦରର ଉନ୍ନତି ସମ୍ପର୍କରେ ୨ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ସେଠାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.